ଭାଗ ୩
ସମୟ ଶୀଘ୍ର ଡକ୍ଟର ଚାମ୍ୱର ପାଖରେ ପହଞ୍ଚି ସିଧା ଭିତରକୁ ପଶି ଗଲା ।
ସମୟ - ସାଧୁ ଅଙ୍କଲ ବାପା ଏବେ କେମିତି ଅଛନ୍ତି ।
ଡକ୍ଟର - ସମୟ ବାବା କେତେବେଳେ ଆସିଲ ?
ସମୟ - ଏବେ ଏବେ ଆସି ପହଂଚିଛି ।
ହେଲେ .....
ବାପା ଏବେ କେମିତି ଅଛନ୍ତି
ଡ଼ା ସାଧୁ - ସେ ଏବେ ସମସ୍ତ ବିପଦ ରୁ ବାହାରେ ଅଛନ୍ତି ।
ସମୟ - କଣ ମୁ ଏବେ ବାପାଙ୍କୁ ଦେଖା କରି ପାରିବି ??
ଡ଼ା ସାଧୁ - ୱାଇ ନଟ୍ !
ଯାଇ ଦେଖା କର ।
ଆରେ ହଁ ଟିକେ କାମ କଥା ହେଲେ ଭଲ ହେବ ।
ସେ ଏବେ ଏବେ କୋମା ରୁ ଫେରିଛି ।
ସମୟ - ଠିକ୍ ଅଛି !!!
ଡ଼ା ସାଧୁ - ତମେ ଚାଲ ମୁ ବି ତାକୁ ଆଉ ଥରେ ଦେଖିନେବି ।
ସମୟ ଆଗ ସେ କେବିନ୍ ରୁ ବାହାରି ଗଲା ଆଉ ବାହାରିବା ମାତ୍ରେ ସାମ୍ନାରେ ସନ୍ଧ୍ୟା ଠିଆ ହେଇଥିଲା ।
ସମୟ ର ଶାନ୍ତ ରୂପ ଦେଖି ତାକୁ ଟିକେ ଆଶ୍ବସ୍ତ ଲାଗିଲା
ଦୁହେଁ ସାଙ୍ଗ ହେଇ ଅଶୋକ ପାଖକୁ ଫେରି ଆସିଲେ ।
ସମୟ - ବାପା ଏବେ ଆପଣଙ୍କୁ କେମିତି ଲାଗୁଛି ।
କଥା କହୁ କହୁ ସମୟ ଆଖିରୁ ଲୁହ ଝରିପଡ଼ିଲା ।
ଅଶୋକ - ଆରେ ମୋର କିଛି ହେଇନି ସମୟ । ଦେଖ ମୁ ପୁରା ଠିକ୍ ଅଛି ।
ଅଶୋକ ସମୟ କୁ ଶାନ୍ତ୍ବନା ଦେଲାବେଳେ ତାର ଆଖିରୁ ବି ଦୁଇ ଟୋପା ଲୁହ ଝରି ପଡ଼ିଲା ।
କଣ ବାପା ପୁଅ ଦୁଇ ଜଣ କଣ ସାଙ୍ଗ ହେଇ କାନ୍ଦିବାରେ ଲଗିଛ
ଡ଼ା ସାଧୁ କେବିନ୍ ଭିତରକୁ ଆସିଲା ବେଳେ କହିଲେ ।
ଅଶୋକ - ଆସନ୍ତୁ ଡ଼ା ସାଧୁ ସାର୍ ।
ଡ଼ା ସାଧୁ - କଣ ମୋ ସହ ଥଟା କରୁଛୁ ନା କଣ ।
ଏବେ ତ ଠେକିଲୁ। ଆଉ କେବେ ସ୍ପିଡ୍ ରେ ଗାଡି ଚଲେଇବା ବନ୍ଦ୍ ।
ବୁଝିଲୁ କି ନାହିଁ ।
ସମୟ - ନାଇ ଅଙ୍କଲ ଆଜିଠୁ ତାଙ୍କର ବାଇକ ଚଲେଇବା ବନ୍ଦ୍ ।
ଅଶୋକ - ଆରେ ମୋ ଜୀବନ ନେଇଯାଅ ହେଲେ ଗାଡ଼ିକୁ ମୋଠୁ ଦୁରାଇ ଦିଅନାହି।
ଆଶୋକ କାକୁତି ମିନତି ହେଇ ଗୁହାରି କରିଲା ଭଳି କହିଲା
ତାର ଭାବ ଭାଙ୍ଗି ଦେଖି ସମସ୍ତେ ଏକ ସାଙ୍ଗରେ ତାହକା ଲଗେଇ ହସିଲେ ।
ଏମିତି ହସ ମଜା କିଛି ସମୟ ଚାଲିଲା ।
ଡ଼ା ସାଧୁ - ହଉ ତମେ ବାପା ମା ପୁଅ କଥା ହୁଅ ମୁ ଏବେ ଚାଲିଲି ମୋର ସେଠି ଅନେକ ୱର୍କ ରହି ଗଲାଣି ।
ଅଶୋକ - ଠିକ୍ ଅଛି ।
ସମୟ - ଅଙ୍କଲ ବାପାଙ୍କୁ କେବେ ଘରକୁ ନେଇ ହେବ ??
ଡ଼ା ସାଧୁ - ଆରେ ସେ ଏ କିଛି ଘଣ୍ଟା ହେଲା ହୋଶ ରେ ଆସିଛି ।
ତାକୁ ଏବେ ୨୪ ଅାର ଓବଜର୍ଭେସନ ରେ ରଖାଯିବ ।
ଯଦି କଲି କୁ ତାକୁ ଠିକ୍ ଲାଗେ ଦେନ୍ ତାକୁ ଦିଶ୍ଚର୍ଜ କରିଦେବା ।
ଏତିକି କହି ଡ଼ା ସାଧୁ ସେଠୁ ତାଙ୍କ କାମରେ ପଳେଇଗଲେ ।
କେବିନ୍ ରେ ରହିଗଲେ ମା ପୁଅ ଆଉ ବାପା ।